ଆଜି ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତି

STATE

ଆଜି ମଙ୍ଗଳବାର ଗୁରୁପୁର୍ଣିମାରେ ପଡୁଛି ଆଂଶିକ ଚନ୍ଦ୍ରଗ୍ରହଣ । ବିଳମ୍ବିତ ରାତ୍ରିରେ ଏହି ଜାଗତିକ ଦୃଶ୍ୟ ଅନୁଷ୍ଠିତ ହେଉଛି। ଏହା ପୃଥିବୀର ଅନେକ ମହାଦେଶ ଯଥା ୟୁରୋପ, ଏସିଆ,ଅଷ୍ଟ୍ରେଲିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକାର ବହୁ ଅଞ୍ଚଳରେ ଦୃଶ୍ୟମାନ ହେଉଥିବା ସହିତ ଭାରତର ସମସ୍ତ ଅଞ୍ଚଳରେ ଦୃଶ୍ୟମାନ ହେବ । ଆଜି ଅପରାହ୍ନ ୪ଟା ୩୨ରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିବ । ରାତ୍ରି ୧ଟା ୩୨ରେ ଆଂଶିକ ଗ୍ରହଣ ସ୍ପର୍ଶ ହୋଇ ୪ଟା ୩୦ରେ ସର୍ବମୋକ୍ଷ ହେବ ।

ଚନ୍ଦ୍ରଗ୍ରହଣ ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ସକାଳ ୬ଟାରେ ଦ୍ଵାରଫିଟା ଯାଇ ୭ଟାରେ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେପରି ସାଢେ ୧୦ଟାରୁ ସାଢେ ୧୧ଟା ମଧ୍ୟରେ ସକାଳ ଧୂପ, ୧୦ଟା ୪୫ରୁ ଅପରାହ୍ନ ସାଢେ ୧ଟା ମଧ୍ୟରେ ଭୋଗମଣ୍ଡପ, ୨ଟାରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ ଓ ୨ଟା ୨୫ରୁ ଅପରାହ୍ନ ୪ଟା ମଧ୍ୟରେ ଦ୍ଵିତୀୟ ଭୋଗ ମଣ୍ଡପ ଓ ଶେଷରେ ୪ଟାରେ ମଇଲମ ସରି ସାଢେ ୪ଟାରେ ତଡପଲାଗି ହେବ ବୋଲି ସ୍ଥିର ହୋଇଛି । ଏହା ବ୍ୟତୀତ ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି କରାଯାଇ ସମୟ ଅନୁସାରେ ଅନ୍ୟାନ୍ୟ ନୀତି ପାଳନ କରାଯିବ । ଆଜି ଅପରାହ୍ନ ୨ଟା ସୁଦ୍ଧା ନୀଳାଚଳ ଅଭଡା ବାହାରିବ ବୋଲି ଜଣାପଡିଛି ।

Please follow and like us:
error