ଶେଷ ସୋମବାର ହେତୁ ଶୈବପୀଠ ଚଳଚଞ୍ଚଳ

STATE

ଆଜି ପବିତ୍ର ଶ୍ରାବଣ ମାସ ଶେଷ ସୋମବାର ।  କୁହାଯାଏ ଯେ ସୋମବାର ହେଉଛି ପ୍ରଭୁ ଶିବଙ୍କର ପ୍ରିୟ ବାର ଓ ଶ୍ରାବଣ ମାସ ହେଉଛି ପ୍ରିୟ ମାସ । ତେଣୁ ଶ୍ରାବଣ ମାସର ପ୍ରତିଟି ସୋମବାର ଶିବପ୍ରେମୀଙ୍କର ପ୍ରିୟ ବାର । ଶିବଭକ୍ତ ଓ ଶ୍ରଦ୍ଧାଳୁମାନେ ଏହି ଦିନ ଶିବଙ୍କୁ ଜଳଲାଗି କରିଥାନ୍ତି । ପୌରଣିକ କଥାନୁସାରେ ହଳାହଳ ପାନ କରି ଶିବ ସମଗ୍ର ସଂସାରକୁ ଧ୍ଵଂସ ମୁଖରୁ ରକ୍ଷା କରିଥିଲେ ଓ ପ୍ରାଣୀ ଜଗତର ଅଶେଷ ହିତ ସାଧନ କରିଥିଲେ । ତେଣୁ ଭକ୍ତ ଶ୍ରାବଣ ମାସ ବର୍ଷା ଋତୁରେ ପଡୁଥିବାରୁ ଏହି ମାସରେ ଜଳଲାଗି କରି ପ୍ରଭୁଙ୍କ ଜ୍ଵାଳା ଶାନ୍ତ କରାଇଥାନ୍ତି ।

ଆଜି ତେଣୁ ବିଭିନ୍ନ ଶୈବପୀଠ ମାନଙ୍କରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଛି । ଆଜି ଅନେକ ସ୍ଥାନରେ ବର୍ଷାର ପ୍ରକୋପ ଲାଗିରହିଥିଲେ ହେଁ କାଉଡିଆମାନେ ସେସବୁକୁ ଖାତିର ନକରି ‘ବୋଲ ବମ’, ‘ହର ହର ମହାଦେବ’ ଧ୍ୱନି ଦେଇ ଶୈବପୀଠ ମାନଙ୍କରେ ପହଞ୍ଚିଛନ୍ତି । ମହାପ୍ରଭୁ ଶିବଙ୍କୁ ଶ୍ରଦ୍ଧାଳୁମାନେ ଜଳଲାଗି କରାଉଛନ୍ତି । ଲୋକନାଥ, ଳିଙ୍ଗରାଜ, ଧବଳେଶ୍ଵର, ଆରଡ଼ି ଆଦି ସାଇବାପୀଠରେ ତେଣୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଶୃଙ୍ଖଳା ଦୃଷ୍ଟିରୁ କେତେକ ସ୍ଥାନରେ ପ୍ରଶାସନ ପକ୍ଷରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Please follow and like us:
error