ଆଜି ବିଧାନସଭା ରେ ଆଗତ ହେବ ରାଜ୍ୟ ବଜେଟ

STATE

ଆଜି ବିଧାନସଭାର ଆଗତ ହେବ ରାଜ୍ୟ ବଜେଟ । ଚଳିତ ବର୍ଷ ନିର୍ବାଚନୀ ବର୍ଷ ହୋଇଥିବାରୁ ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ ନ ହୋଇ ବଦଳରେ କାମଚଳା ବଜେଟ ଆଗତ ହେବ । ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ଆଜି ଅପରାହ୍ନରେ କାମଚଳା ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ । ରାଜ୍ୟ ମନ୍ତ୍ରୀ ପରିଷଦ ଏହାକୁ ଗତ ଫେବ୍ରୁୟାରୀ ୨ରେ ଅନୁମୋଦନ କରିଥିଲା ।

ସୂଚନାନୁସାରେ ରାଜ୍ୟ ସରକାର ୧,୩୨ ଲକ୍ଷ କୋଟିର ପୂର୍ଣାଙ୍ଗ ବଜେଟ ପ୍ରସ୍ତୁତ କରିଥିବାବେଳେ ୪ ମାସିଆ ଖର୍ଚ୍ଚ ତୁଲାଇବା ନିମନ୍ତେ ୪୨ ହଜାର କୋଟି ଟଙ୍କାର ଏକ ଅନ୍ତରୀଣ ବଜେଟକୁ ଭୋଟ ଅନ ଆକାଉଣ୍ଟ ଜରିଆରେ ପରୀତ କରିବାକୁ ଯୋଜନା କରିଛନ୍ତି । ୫୬ ହଜାର କୋଟିର ବ୍ୟୟବରାଦ ସମ୍ଭାବନା ରହିଛି । ତେବେ ଚଳିତ ବର୍ଷ ନିର୍ବାଚନୀ ବର୍ଷ ହୋଇଥିବାରୁ ରାଜ୍ୟ ସରକାର କେତେକ ନୂତନ ଯୋଜନା ଘୋଷଣା କରିପାରନ୍ତି ।

Please follow and like us: