ବନ୍ଦେ ମାତା ସରସ୍ଵତୀ

STATE

ଆଜି ମାଘ ମାସ ଶୁକ୍ଲପକ୍ଷ ପଞ୍ଚମୀ ଯାହା କି ଶ୍ରୀପଞ୍ଚମୀ ଓ ବସନ୍ତ ପଞ୍ଚମୀ ରୂପେ ବିଦିତ । ଆଜି ବିଦ୍ୟାଦାତ୍ରୀ ବାକଦେବୀ ମା ସରସ୍ଵତୀଙ୍କର ପୂଜା ଆରାଧନା । ଧର୍ମ ବିଶ୍ଵାସ ଯେ ମା’ଙ୍କୁ ଆରାଧନା କଲେ ନିହାତି ମୂର୍ଖ ମଧ୍ୟ ତାଙ୍କ କରୁଣାରୁ ମହାପଣ୍ଡିତ ବନିଯାଏ । ମୁକ ବି ବାଚାଳ ହୋଇଯାଏ । ସେ ବାକଦେବୀ । କଣ୍ଠରେ ବିରାଜମାନ କରିଥାନ୍ତି । ଆଜି ସ୍କୁଲ, କଲେଜ ଛାତ୍ରଛାତ୍ରୀ ମା’ଙ୍କ ପୂଜା ନିମନ୍ତେ ବିଶେଷ ଭାବେ ତତ୍ପର ହୋଇଉଠିଥାନ୍ତି । ସକାଳୁ ସକାଳୁ ଗାଧୁଆ ପାଧୁଆ ସାରି ନୂଆ ପୋଷାକ ପିନ୍ଧି ଫୁଲ ଓ ଭୋଗ ନେଇ ସ୍କୁଲ ଯାଇଥାନ୍ତି । ଆଜିର ଦିନରେ ମଧ୍ୟ ନୂଆ କରି ପାଠ ପଢିବାକୁ ବିଦ୍ୟାର୍ଥୀ ମା’ଙ୍କ ନିକଟରେ ଖଡି ଛୁଆଁ ହୋଇଥାନ୍ତି । ଆଜି ତେଣୁ ପୁରପଲ୍ଲୀଠୁ ଆରମ୍ଭ କରି ସହର ନଗର ପର୍ଯ୍ୟନ୍ତ ସବୁଠାରେ ମା’ଙ୍କ ପୂଜା ନିମନ୍ତେ ଉତ୍ସବ ମୁଖର ତଥା ଚଳଚଞ୍ଚଳ ।

ଆଜିର ଦିବସଟି ମା’ ସରସ୍ଵତୀଙ୍କ ପୂଜା ଦିବସ ହୋଇଥିବା ହେତୁ ପବିତ୍ର ଓ ଅନୁକୂଳ ଦିବସ ରୂପେ ଗଣା ଯାଇଥାଏ । ତେଣୁ ଆସନ୍ତା ଜୁଲାଇ ୪ ତାରିଖରେ ଏବର୍ଷର ଶ୍ରୀଜୀଉମାନଙ୍କର ପବିତ୍ର ରଥଯାତ୍ରା ନିମନ୍ତେ ଆଜି ହେବ ରଥ କାଠ ଅନୁକୂଳ ପୂଜା । ୩ଖଣ୍ଡ ୧୨ ଫୁଟିଆ ଧଉରା କାଠ ପୂଜା କରାଯିବ । ସନ୍ଧ୍ୟା ସାଢେ ୭ଟାରେ ପୂଜା ନିମନ୍ତେ ଶୁଭଲଗ୍ନ ଧାର୍ଯ୍ୟ କରାଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଏହି କାଠ ରଖାଯାଇଛି । ପ୍ରଥମେ ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ମା ସରସ୍ଵତୀଙ୍କ ପୂଜାର୍ଚ୍ଚନା ପରେ ରଥ କାଠ ଅନୁକୂଳ ପୂଜା ହେବ । ରଥ ସଂହିତାନୁସାରେ ୮୬୫ ଖଣ୍ଡ କାଠ ରଥ ନିର୍ମାଣ ନିମନ୍ତେ ଆବଶ୍ୟକ । ତେବେ ଗତ ବର୍ଷରୁ ୧୯୫ଖଣ୍ଡ କାଠ ବଳିଥିବାରୁ ଏବର୍ଷ ଔ ୬୭୦ଖଣ୍ଡ କାଠ ଆସିବ । ଆଜିର ରଥ କାଠ ଅନୁକୂଳ ପୂଜା ହେବା ପରେ ବିଧି ଅନୁସାରେ ଆସନ୍ତା ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ ।

Please follow and like us:
error