Rail

ଟ୍ରାକ ଉପରେ ପାଣି ଯୋଗୁ ଟ୍ରେନ ଚଳାଚଳ ବନ୍ଦ

STATE

ଡ଼ୁଙ୍ଗୁରିପାଲିରେ ଲଗାଣ ବର୍ଷା ଯୋଗୁ ଟ୍ରାକ ଉପରେ ଚାଲୁଛି ପାଣି । ସମ୍ବଲପୁର ଦେଓଗାଁ ରୋଡ-ବରଗଡ-ଟିଟିଲାଗଡ ସେକ୍ସନରେ ମଧ୍ୟ ଟ୍ରେନ ଚଳାଚଳ ଠପ ହୋଇଯାଇଛି । ବରପାଲିରେ ଅଟକିଛି ସମ୍ବଲପୁର-ରାୟଗଡା ଏକ୍ସପ୍ରେସ ଲୋଇସିଂହାରେ ଅଟକିଛି ଆଜମେର-ପୁରୀ ଏକ୍ସପ୍ରେସ ଫଳରେ ଟ୍ରେନ ଚଳାଚଳ ସାମୟିକ ଭାବେ ବନ୍ଦ କରିଦିଆଯାଇଛି ଇସ୍ପାତ ଏକ୍ସପ୍ରେସ ଡୁଙ୍ଗୁରିପାଲିଠାରେ ଅଟକି ରହିଛି ତେଣୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି ଟ୍ରାକରୁ ପାଣି ଖସିଲା ପାଏ ଟ୍ରେନ ଚାଲିବ ବୋଲି କହିଛନ୍ତି ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଟ୍ରେନ ବାତିଲ କରାଯାଇଛି ବୋଲି କୁହାଯାଉଛି ।  କଳାହାଣ୍ଡି ଓ ରାୟଗଡାକୁ ଯାତାୟାତ ଠପ ହୋଇଯାଇଛି ।

ତୁଷୁରା-ଗୁଡଭେଲା ମୁଖ୍ୟ ରାସ୍ତାରେ ୫ ଫୁଟର ଜଳ ପ୍ରବାହିତ ହେଉଛି । ତେଲ, ରାହୁଲ ଓ ଖଡଙ୍ଗ ନଦୀରେ ଜଳସ୍ତର ବଢିବାରେ ଲାଗିଛି ୫ ଶହ ଲୋକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି

ଲଗାଣ ବର୍ଷା ଯୋଗୁ ବାଲିଗୁଡାରେ ଅସ୍ଥାୟୀ ପୋଲ ଧୋଇଯାଇଛି ଜାତୀୟ ରାଜପଥ ୫୯ ବାଟାଗୁଡା ନିକଟରେ ଥିବା ଅସ୍ଥାୟୀ କଲଭର୍ଟ ଆଜି ପୁଣି ଧୋଇଯାଇଥିବା ଜଣାପଡିଛି । କନ୍ଧମାଳ-କଳାହାଣ୍ଡି-ରାୟଗଡା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଗତକାଲି ଅସ୍ଥାୟୀ କଲଭର୍ଟ ଭାସିଯିବା ପରେ ପୁନଃନିର୍ମାଣ କରାଯାଇଥିଲା । ଲଗାଣ ବର୍ଷା ଯୋଗୁ ବାଲିଗୁଡାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଖଜୁରୀନାଳ ଓ ନୂଆସାହି ରାସ୍ତାରେ ମଧ୍ୟ ଆଣ୍ଠୁଏ ପାଣି । ଯାତାୟାତ ଠପ ହୋଇଯାଇଛି

ଆଜି ବଲାଙ୍ଗିର, ବରଗଡ, କଳାହାଣ୍ଡି, ନୂଆପଡା ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି । ଲଗାଣ ବର୍ଷାକୁ ଦେଖି ୪ଟି ଯାକ ଜିଲ୍ଲାର ଜିଲ୍ଲାପାଳମାନେ ଛୁଟି ଘୋଷଣା କରିଛନ୍ତି

Please follow and like us:
error