odisha infocus

ମହାନଦୀ ସମସ୍ୟା ନେଇ ପୁଣି ଆଲୋଚନା କରିବାକୁ ଟ୍ରିବ୍ୟୁନାଲଙ୍କ ପରାମର୍ଶ

NATIONAL

ମହାନଦୀ ମାମଲା ନେଇ ଟ୍ରିବ୍ୟୁନାଲ ପୁଣି ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ମାର୍ଚ୍ଚ ୩୦କୁ ଶୁଣାଣି ଘୁଞ୍ଚାଇ ଦେଇଛନ୍ତି । ଉଭୟ ରାଜ୍ୟର ଅଧିକାରୀ ସ୍ତରରେ ଆଲୋଚନା ପୂର୍ବରୁ ବିଫଳ ହୋଇଥିଲେ ହେଁ ଟ୍ରିବ୍ୟୁନାଲ କହିଛନ୍ତି ଉଭୟ ପକ୍ଷର ଆଡଭୋକେଟ ଜେନେରାଲ ବସି ଆଲୋଚନା କରିବାକୁ । ମାର୍ଚ୍ଚ ୩୦ ମଧ୍ୟରେ ବସି ଆଲୋଚନା କରିବାକୁ ଟ୍ରିବ୍ୟୁନାଲ ପରାମର୍ଶ ଦେଇଛନ୍ତି । ଆଲୋଚନା ପରେ ଆଲୋଚନାର ନିଷ୍କର୍ଷ ଟ୍ରିବ୍ୟୁନାଲକୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଟ୍ରିବ୍ୟୁନାଲ ଏହା ସହିତ ମାର୍ଚ୍ଚ ୩୦ ତାରିଖରେ ମାମଲାର ରାୟ ପ୍ରକାଶ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ଆପୋସ ଆଲୋଚନା କରଯାଇଥିଲା ହେଲେ କୌଣସି ନିଷ୍ପତ୍ତିରେ ଉଭୟ ପକ୍ଷ ପହଞ୍ଚି ପାରିନଥିଲେ । ତେବେ ପୁନର୍ବାର ଓଡିଶା ଓ ଛତିଶଗଡର ଏଜିଙ୍କୁ ଆପୋସ ବୁଝାମଣା କରିବାକୁ ପରାମର୍ଶ ଦେଇଛନ୍ତି ।

Please follow and like us: