ଟ୍ରକ ମାଲିକ ଦୁର୍ଘଟଣାରେ ହରାଇଲେ ଜୀବନ

STATE

କେନ୍ଦୁଝର ଅଞ୍ଚଳରେ ସୁଆକାଟି ସ୍ଥିତ ଓଏମସି ଖଣିରେ ଘଟିଛି ଏକ ଦୁଃଖଦାୟକ ଘଟଣା । ଏକ ଲୋଡର ଚାପରେ ଜୀବନ ହରାଇଛି ଜଣେ ଟ୍ରକ ମାଲିକ । ମୃତକ ହେଉଛନ୍ତି ବେଳବାହାଳି ଅଞ୍ଚଳର ସନାତନ ସାହୁ ।

ଖବରରୁ ଜଣାପଡିଛି ଯେ ଓଏମସିର ୫ ନମ୍ବର କଣ୍ଟାକୁ ଲୋଡ ପାଇଁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ତାଙ୍କର ଦୁର୍ଭାଗ୍ୟ, ସେ ଯେତେବେଳେ ଟ୍ରକରୁ ଅହଲାଉଥିଲେ ଠିକ ସେତିକି ବେଳେ ତାଙ୍କ ଉପରେ ଲୋଡର ମାଡି ଯାଇଥିଲା । ସତେ ଯେପରି ସେହି ସମୟକୁ ମୃତ୍ୟୁ ତାଙ୍କୁ ଅନାଇ ବସିଥିଲା ।

Please follow and like us:
error