Odisha Infocus

ଶାନ୍ତିର ଦ୍ଵାରଦେଶକୁ ଟ୍ରମ୍ଫ-କିମ ମିଳିତ ଯାତ୍ରା

INTERNATIONAL Stay Focused

ଶାନ୍ତିର ଦ୍ଵାରଦେଶକୁ ଆହୁରି ଏକ ପାଦ ଆଗେଇବେ ଆମିରିକ ରାଷ୍ଟ୍ରପତି ଟ୍ରମ୍ଫ ଓ ଉତ୍ତର କୋରିଆ ଶାସକ କିମ ଜଙ୍ଗ ଉନ । ପାରମ୍ପରିକ ଶତ୍ରୁ ରୂପେ ବିବେଚିତ ପୃଥିବୀର ଏହି ଦୁଇ ବଳିଷ୍ଠ ନେତା ପୁଣି ଏକାଠି ହେବେ ଆସନ୍ତା ୨୭ ଓ ୨୮ ତାରିଖରେ ଭିଏତନାମଠାରେ । ସେଠାରେ ଅନୁଷ୍ଠିତ ହେବାକୁ ଥିବା ଦ୍ଵିତୀୟ ଶିଖର ବୈଠକରେ ଦୁହେଁ ଯୋଗ ଦେବେ ବୋଲି ଟ୍ରମ୍ଫ ଆମେରିକା କଂଗ୍ରେସରେ ଘୋଷଣା କରିଛନ୍ତି ।

ଟ୍ରମ୍ଫ କହିଛନ୍ତି ଯେ ଆଣବିକ ଅସ୍ତ୍ର କାର୍ଯ୍ୟକ୍ରମରୁ ଉତ୍ତର କୋରିଆକୁ ବିରତ ରଖିବା ଲାଗି ଉକ୍ତ ବୈଠକରେ କୂଟନୈତିକ ସ୍ତରରେ ଉଦ୍ୟମ କରାଯିବ । ଉଲ୍ଲେଖଯୋଗ୍ୟ ଯେ ଉଭୟ ଦେଶର ନେତା ଗତବର୍ଷ ସିଙ୍ଗାପୁରରେ ପରସ୍ପରକୁ ସାକ୍ଷାତ କରି ଶାନ୍ତି ସ୍ଥାପନ ନିମନ୍ତେ ପ୍ରଥମ ଥର ଲାଗି ଦୁଇଦେଶ ମଧ୍ୟରେ ପ୍ରଥମ ଦ୍ଵିପକ୍ଷିକ ବୈଠକ ବସିଥିଲା, ଯାହାକୁ ନେଇ ସବୁ ଦେଶ ସ୍ଵାଗତ କରିଥିଲେ ।

Please follow and like us: