ଆଇଏସ ଆତଙ୍କୀଙ୍କୁ ସମୂଳେ ଧ୍ଵଂସ କରିବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ଫ

INTERNATIONAL

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଏକ ବଡ ଓ ଯୁଗାନ୍ତକାରୀ ଘୋଷଣା କରିଛନ୍ତି । ସେ ସଗର୍ବେ ପ୍ରକାଶ କରିଛନ୍ତି ଯେ ବର୍ତ୍ତମାନ ଆତଙ୍କବାଦୀ ସଂଗଠନ ଆଇଏସ ଖଲିଫାଙ୍କ ଅସ୍ତିତ୍ଵର ବିଲୋପ ଘଟିଛି । ସେ କହିଛନ୍ତି ଯେ ଆଇଏସ ଆତଙ୍କବାଦୀଙ୍କ ମେରୁଦଣ୍ଡ, ଆମେରିକା ସେନା ନେତୃତ୍ଵାଧୀନ ସିରିଆନ ଡେମୋକ୍ରାଟିକ ସୁରକ୍ଷା ବଳଙ୍କ ମିଳିତ ଅପରେସନରେ ସମ୍ପୂର୍ଣ ଭାଙ୍ଗି ଯାଇଛି । ଫଳରେ ଆଇଏସ ଦଖଲରୁ ସିରିଆ ଓ ଇରାକର ଅଧିକାଂଶ ଅଞ୍ଚଳ ମୁକ୍ତ କରାଯାଇଛି ।

ଟ୍ରମ୍ଫ ଆହୁରି ମଧ୍ୟ କହିଛନ୍ତି ଯେ ତଥାପି ଏବେ ମାତ୍ର ଏକ ପ୍ରତିଶତ ସ୍ଥାନରେ ଆତଙ୍କବାଦୀଙ୍କ ଉପସ୍ଥିତି ରହିଛି । ଆଗାମୀ ଦିନରେ କେଇ ସପ୍ତାହ ମଧ୍ୟରେ ସେମାନଙ୍କୁ ସମୂଳେ ବିନାଶ କରାଯିବ । ଏହା ହୋଇପାରିଲେ ସାରା ବିଶ୍ଵରେ ନିଶ୍ଚିତ ଭାବେ ଅନ୍ୟ ଆତଙ୍କବାଦୀ ସଂଗଠନମାନେ ଭୟ କରିଯିବେ ।

Please follow and like us:
error