ଟ୍ରମ୍ଫ ଚାହୁଁଛନ୍ତି କାଶ୍ମୀର ସମସ୍ୟାରେ ମଧ୍ୟସ୍ଥି ସାଜିବେ

INTERNATIONAL

ପୁଣି ଜମ୍ମୁ-କାଶ୍ମୀର ସମସ୍ୟାରେ ମୁଣ୍ଡ ପୁରାଇବାକୁ ଚାହୁଁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ । ସେ ପୁଣି ପ୍ରକାଶ କରିଛନ୍ତି ଯେ ଭାରତ ଓ ପାକିସ୍ଥାନ ଚାହିଁଲେ, ସେ ମଧ୍ୟସ୍ଥତା କରିବେ । ପୂର୍ବରୁ ମଧ୍ୟ ଟ୍ରମ୍ଫ ମଧ୍ୟସ୍ଥ ହେବାକୁ ଚାହିଁଥିଲେ । ଭାରତ ସେତେବେଳେ ଏହା ପାକିସ୍ତାନ ଓ ଭାରତ ମଧ୍ୟରେ ଦ୍ଵିପାକ୍ଷିକ ସମସ୍ୟା ବୋଲି କହିଥିଲେ ଓ ତା ସହିତ ମଧ୍ୟ କହିଥିଲେ ଯେ ଜମ୍ମୁ-କାଶ୍ମୀର ସମସ୍ୟାରେ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତାର ଆବଶ୍ୟକତା ନାହିଁ । ସେତେବେଳେ ଆମେରିକା ସ୍ଵୀକାର କରିଥିଲା ଯେ ଏହା ଦୁଇଦେଶର ଦ୍ଵିପାକ୍ଷିକ ସମସ୍ୟା । ଦୁଇ ଦେଶ ନିଜ ମଧ୍ୟରେ ଆପୋଷ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବେ ।

loading...

ହେଲେ ଏବେ ପୁଣି କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଟ୍ରମ୍ଫ ଆଗ୍ରହ ପ୍ରକାଶ କରିଛନ୍ତି । ୱାସିଂଟନରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ୨ ସପ୍ତାହ ପୂର୍ବରୁ ଭାରତ-ପାକିସ୍ତାନ ମଧ୍ୟରେ ଯେଭଳି ତିକ୍ତତା ରହିଥିଲା, ତାହା ଏବେ କମ ହୋଇଛି । ଭାରତ-ପାକକୁ ପୁଣି ମଧ୍ୟସ୍ଥତା ଅଫର ସେ ଦେବା ପୂର୍ବକ ୨ ଦେଶ ମଧ୍ୟସ୍ଥତା ପାଇଁ ରାଜି ହେଲେ ସେ ମଧ୍ୟସ୍ଥତା କରିବେ ବୋଲି ପ୍ରକାଶ କରିଥିଲେ ।  

 

Please follow and like us:
error
loading...