ଧରା ପଡିଲେ ବିଶ୍ଵକପ ପାଇଁ ବେଟିଂ କରୁଥିବା ସଟ୍ଟାବେପାରୀ

STATE

ଆଇନ ଆଖିରେ ଧୁଳି ଦେଇ ନିଧଡକ ଚାଲିଥିଲା ବେଟିଂ । ଲୋକଙ୍କୁ ମତେଇ ସହଜରେ ଟଙ୍କା କମେଇବାର ଲୋଭ ଦେଖାଇ ବେଟିଂ ଜରିଆରେ ଲୁତୁଥିଲେ ଲୋକଙ୍କୁ । ହେଲେ ଶେଷରେ ଧରାପଡିଛନ୍ତି ଅଭିଯୁକ୍ତ ସଟ୍ଟାବେପାରୀମାନେ । ରାଉରକେଲାର ପ୍ଳାଣ୍ଟ ନିକଟରେ ଚାଲିଥିଲା ବିଶ୍ଵକପ ବେଟିଂ । ପୋଲିସ ଠିକଣା ସମୟରେ ଚଢାଉ କରି ଦୁଇଜଣଙ୍କୁ ଧରିବାରେ ସଫଳ ହେବା ସହିତ ସେମାନଙ୍କୁ ଗିରଫ କରିଛି ।

loading...

ଅତର୍କିତ ଚଢାଉ କରି ପୋଲିସ ସେମାନଙ୍କଠାରୁ ୩୩ ଲକ୍ଷ ଟଙ୍କା ଓ ୧୫ଟି ମୋବାଇଲ ଜବତ କରିଛି । ବର୍ତ୍ତମାନ ଚାଲିଥିବା ୱାର୍ଲ୍ଡ କପ ପାଇଁ ଚାଲିଥିଲା ସଟ୍ଟା ଖେଳ । ପ୍ଳାଣ୍ଟସାଇଡ ଥାନା ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଛି । ତେବେ ଏଥିରେ କିଏ ମାଷ୍ଟରମାଇଣ୍ଡ ରହିଛି, ସେ ନେଇ ଖୋଳତାଡ କରୁଛି ପୋଲିସ । ଅଭିଯୁକ୍ତ ୨ ସଟ୍ଟା ବେପାରୀଙ୍କୁ ଏବେ ଜେରା ଚାଲିଛି ।

Please follow and like us:
error
loading...