ହାତୀ ଆକ୍ରମଣରେ ୨ ଜଣ ପ୍ରାଣ ହରାଇଲେ

STATE

ହାତୀ ମାତିଛନ୍ତି ଅନୁଗୁଳର କଣିହାଁ ସୁଲେଇପାଳ ଗାଁ ପାଖ ଜଙ୍ଗଲରେ । ତେଣୁ ଜଙ୍ଗଲ ପାଖ ଗାଁମାନଙ୍କରେ ଖେଳିଯାଇଛି ଭୟର ବାତାବରଣ । ନିଜ ଧନଜୀବନକୁ ଲୋକେ ସୁରକ୍ଷିତ ମନେ କରିପାରୁନାହାନ୍ତି । ହାତୀ ଆକ୍ରମଣ ଭୟରେ ଦିନ କାଟୁଛନ୍ତି । ତା ସହିତ ସେମାନଙ୍କର ବ୍ୟାପକ ଫସଲ ଉଜୁଡି ଯିବାର ଭୟ ।

ହାତୀର ଆକ୍ରମଣରେ ୨ ଜଣ ମୃତ୍ୟୁ ବରଣ କରିଥିବାର ଅଭିଯୋଗ ହୋଇଛି । ତାଳଚେର ମେଡିକାଲରେ ଜଣଙ୍କୁ ମୃତ ବୋଲି ଡାକ୍ତର ଘୋଷଣା କରିଛନ୍ତି । ଅନ୍ୟ ଜଣେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଆଜି ଜଙ୍ଗଲରୁ ଉଦ୍ଧାର କରାଯାଇଛି । ଏହି ଖବର ପାଇବା ପରେ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆଭୟ ଖେଳିଯାଇଛି ।

Please follow and like us: