odisha infocus

୨ ଘଣ୍ଟାର କସରତ ପରେ ବହୁକଷ୍ଟରେ ଉଦ୍ଧାର ହେଲେ ୨ଟି ହାତୀ ଶାବକ

STATE

କେନ୍ଦୁଝର ଜିଲ୍ଲାରେ ରାତିରେ କେନାଲରେ ଫସିଥିବା ୨ଟି ହାତୀ ଛୁଆଙ୍କୁ ଉଦ୍ଧାର କରାଯାଇଛି । ବୈତରଣୀ ନଦୀ ପଟରୁ ଏକ ୨୨ଟିକିଆ ହାତୀପଲ ଜାମୁଦଳକ ଆତକୁ ଆସୁଥିବା ବେଳେ ଚମ୍ପୁଆ ରେଞ୍ଜ ଜାମୁଦଳକ ଗାଁ ନିକଟ କାନପୁର ଡ୍ୟାମ କେନାଲରେ ୨ଟି ହାତୀଛୁଆ ଡ୍ୟାମର ଶାଖା କେନାଲ ଭିତରକୁ ଖସି ପଡିଥିଲେ । ଉଲ୍ଲେଖଯୋଗ୍ୟ ଯେ ସେଠାରେ ପୁନରୁଦ୍ଧାର କାର୍ଯ୍ୟ ଚାଲୁଥିବାରୁ କେନାଳରେ ହାତୀଛୁଆ ୨ଟି ଫସିଯାଇଥିଲେ ।

ହାତୀପଲଙ୍କ ଚିତ୍କାର ଶୁଣି ଗ୍ରାମବାସୀ ସେଠାରେ ପହଞ୍ଚି ଉଦ୍ଧାର ପାଇଁ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ କାଳବିଳମ୍ବ ନକରି ହାତୀଛୁଆ ୨ଟି କିପରି ଉଦ୍ଧାର ହେବେ, ସେ ନେଇ ଚେଷ୍ଟା କରିଥିଲେ । ଜେସିବି ଦ୍ଵାରା ରାସ୍ତା ଖୋଳାଯାଇ ବହୁ କଷ୍ଟରେ ହାତୀଛୁଆଙ୍କୁ ବନବିଭାଗ ଉଦ୍ଧାର କରିଥିଲେ । ଉଦ୍ଧାର ପାଇଁ ପ୍ରାୟ ୨ ଘଣ୍ଟା ଲାଗିଯାଇଥିଲା ।

Please follow and like us: