odisha infocus

ଦେବଗଡରେ ବାଇକ ଟ୍ରକକୁ ପିଟିବା ଫଳରେ ଦୁର୍ଘଟଣା ଘଟି ୨ ମୃତ

STATE

ଦେବଗଡରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି । ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଗତକାଲି ରାତିରେ ଆଗରେ ଯାଉଥିବା ଏକ ଟ୍ରକକୁ ପଛପଟୁ ଗୋଟେ ବାଇକ ପିଟିଦେବାରୁ ଦୁର୍ଘଟଣା ଘଟିଲା । ଘଟଣାସ୍ଥଳରେ ୨ ଜଣ ମୃତ୍ୟୁ ବରଣ କରିଛନ୍ତି ।

ଗତକାଲି ବିଳମ୍ବିତ ରାତ୍ରିରେ ଦେବଗଡ-କୁଚିଣ୍ଡା ଏନଏଚ-୫୩ କରଡାପାଳ ନିକଟରେ ଉକ୍ତ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ଜଣଯାକ ମୃତକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ପୋଲିସ ଘଟନାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଚଳାଇଛି ।

Please follow and like us: