କବିସୂର୍ଯ୍ୟନଗରରେ ବିଷ ପିଇ ମୃତ୍ୟୁ ବରଣ କଲେ ୨ ଜଣ ଭଉଣୀ

STATE

ଆସିକାରେ ଘଟିଛି ଏକ ଅଭାବନୀୟ ଘଟଣା । ବିଷ ପିଇ ଜୀବନ ହାରିଛନ୍ତି ୨ ଜଣ ଭଉଣୀ । ପାରିବାରିକ କଳହ ହେଉଛି ମୁଖ୍ୟ କାରଣ । ସାମାନ୍ୟ ଝଗଡାକୁ କେନ୍ଦ୍ର କରି ଜୀବନ ହାରିଛନ୍ତି ୨ ଭଉଣୀ ।

ତେବେ ବିଷ ପିଇଦେବା ପରେ ସଙ୍ଗେ ସଙ୍ଗେ ଦୁହିଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ବ୍ରହ୍ମପୁର ନେବା ବାଟରେ ଜଣେ ପ୍ରାଣତ୍ୟାଗ କରିଥିବାବେଳେ ଅନ୍ୟ ଜଣେ ଆସିକା ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି । ଘଟଣାଟି ଘଟିଛି କବିସୂର୍ଯ୍ୟନଗର ଗୁଡିଆଳି ଗାଁରେ । ମୃତକ ଦୁଇ ଭଉଣୀଙ୍କ ନାମ ଦୀପା ଭୂୟାଁ ଓ ଜିତା ଭୂୟାଁ ବୋଲି ଜଣାପଡିଛି ।

Please follow and like us:
error