ଫିଲ୍ମ ଭୂତ୍ ସୁଟିଂ ସମୟର କଛି ସ୍ମୃତି ବଖାଣିଲେ ଅଭିନେତା ବିକି କୌଶଲ

ENTERTAINMENT

ନୂଆଦିଲ୍ଲୀ : ଅଭିନେତା ବିକି କୌଶଳଙ୍କ ଅଗାମୀ ଫିଲ୍ମ ‘ଭୂତ୍ ଦ ହଣ୍ଟେଡ୍ ସିପ୍’ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି। ତେବେ ବିକ୍କି ହରର ଫିଲ୍ମ ସୁଟିଂ କରୁଥିଲେ ମଧ୍ୟ ଅସଲି ଜୀବନରେ ତାଙ୍କୁ ଭୂତଙ୍କ ପ୍ରତି ଡର ଲାଗେ। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ବିକ୍କିଙ୍କ ସହ ଘଟିଥିବା ଏକ ଭୟାନକ ଘଟଣା ବିଷୟରେ ସେ ବର୍ଣ୍ଣନା କରିଛନ୍ତି।

ବିକ୍କି କହିଛନ୍ତି ଯେ, ଥରେ ସୁଟିଂ ସେଟରେ ଏକ ସିଡି ମୋ ଉପରେ ପଡୁପଡୁ ୩ ଇଞ୍ଚ ଦୂରରୁ ଅଟକି ଯାଇଥିଲା। ମୋତେ ଏଭଳି ଅନୁଭବ ହୋଇଥିଲା ଯେପରି ଏହି ସେଟରେ ସୁଟିଂକୁ ନେଇ କାହାକୁ ଅସୁବିଧା ହୋଇଥିଲା। ଏହା ପରେ ମୁଁ ଚୁପ୍ ଚାପ୍ ତାଙ୍କୁ ବିନତୀ କରିଥିଲି ଯେ, ଆମେ ଆପଣଙ୍କର ବାୟୋପିକ କରୁଛୁ, ଦୟାକରି ଆମକୁ ଯିବାକୁ ଦିଅନ୍ତୁ। ଏହାପରେ ମୋ ସହ ସେପରି କିଛି ଭୟାନକ ହୋଇନଥିଲା। ଆମେ ଭଲରେ ସୁଟିଂ ସାରିଥିଲୁ।

ବିକ୍କି ପୁଣି କହିଛନ୍ତି ଯେ, ତାଙ୍କୁ ହରର ଫିଲ୍ମ ବହୁତ ଡର ଲାଗେ, କିନ୍ତୁ ସେ କୌଣସି ପ୍ରକାରେ କାମ କରିବା ପାଇଁ ସାହାସ କରନ୍ତି। ସେ ତାଙ୍କ ଡର ଦୂର କରିବାକୁ ଚାହୁଁଛନ୍ତି। ତେବେ ଭୂତ ବ୍ୟତୀତ ବିକ୍କି ଙ୍କୁ ପାଣି ପ୍ରତି ମଧ୍ୟ ଡର ଲାଗେ। ଏହି ଫିଲ୍ମରେ ସେ ପାଣିରେ ସୁଟିଂ କରିଛନ୍ତି। ଯାହାପରେ ତାଙ୍କର ଭୟ କିଛିକାଂଶରେ ଦୂର ହୋଇଛି।

Please follow and like us:
error