Vigilance net

ଜଣେ ସରପଞ୍ଚ ଘର ଭିଜିଲାନ୍ସ ରେଡ ହୋଇ କଣ ଜବତ ହେଲା, ଜାଣନ୍ତୁ

STATE

ଆଙ୍କରୋଡା ସରପଞ୍ଚ ଉଷାନ୍ତ ସାହୁଙ୍କ ଘର ଆଜି ଭିଜିଲାନ୍ସ ରେଡ ହୋଇଥିଲା । ପଞ୍ଚାଯତ ଅଫିସ ଓ ଦିଗପହଣ୍ଡି ଘର ସହ ୬ଟି ଜାଗାରେ ଭିଜିଲାନ୍ସ ରେଡ କରିଥିଲା । ସରପଞ୍ଚଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ କାରଣରୁ ଏହି ରେଡ କରାଯାଇଥିଲା । ଚଢାଉ କରି ଭିଜିଲାନ୍ସ ଯାହା ସବୁ ଜବତ କରିଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ  ହେବେ । ଆସନ୍ତୁ ଜାଣିବା କଣ କଣ ଜବତ ହେଲା ।

loading...

ସରପଞ୍ଚଙ୍କ ଘରୁ ୫୦୦ଗ୍ରାମରୁ ଉର୍ଦ୍ଧ୍ଵ ସୁନା ଜବତ କରାଯାଇଛି । ତାହା ସହିତ ନଗଦ ୬୦ ହଜାର ଟଙ୍କା ଠାବ ହୋଇଛି । ସରପଞ୍ଚଙ୍କ ନାମରେ ଅଛି ୧୨ଟି ପ୍ଳଟ, ୪ଟି କୋଠା ଆଉ ୨୮ ଲକ୍ଷର ୨ଟି କାର । ଏହା ବ୍ୟତୀତ ତାଙ୍କ ଘରୁ ଭିଜିଲାନ୍ସ ପାଇଛି ଏକ ମାଉଜର ସହିତ ୫ ରାଉଣ୍ଡ ଗୁଳି । ଏ ବିଷୟରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଭିଜିଲାନ୍ସ ଏସପି ମାୟାଧର ସ୍ଵାଇଁ ।

Please follow and like us:
error
loading...