ମା କୋଳରୁ ଛୁଆ ଚୋରି ଉଦ୍ୟମ

STATE

ମା କୋଳରୁ ଛୁଆ ଚୋରି ଉଦ୍ୟମ କରିବାକୁ ଯାଇ ଶେଷରେ ଧରାପଡିଛି ଦୁର୍ବୃତ୍ତ । ସୁବର୍ଣପୁର ଅଞ୍ଚଳରେ ଏହି ଘଟଣା ଘଟିଛି । ବୀରମହାରାଜପୁର କାଲୋଏ ପଂଚାୟତ ପାତ୍ରପାଲି ଗାଁରେ ଦେବରାଜ ପାତ୍ରଙ୍କ ପତ୍ନୀଙ୍କ କୋଳରୁ ତାଙ୍କ ଛୁଆକୁ ଜନୈକ ଚୋର ଚୋରି କରିନେବା ଉଦ୍ୟମ କଲାବେଳେ ଧରା ପଡିଯାଇଥିଲା ।

ହେଲେ ପାତ୍ରଙ୍କ ପତ୍ନୀ ପାଟି କରିବାରୁ ଲୋକେ ପହଞ୍ଚି ଯାଇଥିଲେ ଓ ଠିକ ସମୟରେ ଚୋରକୁ ଧରି ଗାଁ ଲୋକେ ପ୍ରଥମେ ନିସ୍ତୁକ ପିଟି ଥିଲେ । ତାପରେ ସେମାନେ ଥାନାକୁ ନେଇ ପୋଲିସ ଜିମା ଦେଇଥିଲେ ।

Please follow and like us:
error