ପୋଲିଂ ପାର୍ଟିଙ୍କୁ ତାଲା ପକାଇଲେ ଗ୍ରାମବାସୀ

STATE

ମାଲକାନଗିରି ଅଞ୍ଚଳରେ ଏକ ପୋଲିଂ ପାର୍ଟିକୁ ଗ୍ରାମବାସୀ ତାଲା ପକାଇଦେଇଛନ୍ତି । ଗାଁ ଲୋକେ ସେମାନଙ୍କୁ ଇଭିଏମ ଟ୍ୟାମ୍ପରିଙ୍ଗ କରିଥିବା ଅଭିଯୋଗରେ ତାଲା ପକାଇଛନ୍ତି ବୋଲି ସୂଚନା ମିଳିଛି । ସଂଖ୍ୟାରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ଵ ଗାଁ ଲୋକେ ପୋଲିଂ ପାର୍ଟିକୁ ବୁଥ ଭିତରେ ତାଲା ପକାଇଛନ୍ତି ।

ତେବେ ଏମପିଭି-୬୦ରେ ଭୋଟିଂ ଶେଷ ପରେ ଉକ୍ତ ଇଭିଏମ ଟ୍ୟାମ୍ପରିଙ୍ଗ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ପୋଲିସ କର୍ମଚାରୀ ବି ଉପସ୍ଥିତ ଅଛନ୍ତି ।

Please follow and like us:
error