ନିର୍ବାଚନୀ ହିଂସା ରେ ପୁଣି ଗଡିଲା ମୁଣ୍ଡ

STATE

ରାଜନୈତିକ ହିଂସା ଏବେ ଉଗ୍ର ରୂପ ଧାରଣ କରୁଛି । ନିର୍ବାଚନ ମଇଦାନରେ ପ୍ରତିପକ୍ଷର କ୍ଷମତାକୁ ପ୍ରତିହତ କରିବା ପାଇଁ ଦଳୀୟ ବ୍ୟକ୍ତି ବା ବ୍ୟକ୍ତିସମୂହ ଆକ୍ରମଣ କରୁଛନ୍ତି । ଆଜି ପୁଣି ଏକ ହିଂସାର ଖବର ଆସିଛି । ନିର୍ବାଚନୀ ହିଂସାରେ ପୁଣି ଏକ ମୁଣ୍ଡ ଗଡିଥିବା ଅଭିଯୋଗ ହୋଇଛି । ଅରଝୋଳ ଗାଁର ଜଣେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଲେ ଜଣେ ବିଜେପି କର୍ମୀ । ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରାଯାଇଛି ।

ମୃତକଙ୍କ ଶବ ଭଞ୍ଜନଗର ମେଡିକାଲରେ ପଡିରହିଛି । ତାଙ୍କ ମୃତ୍ୟୁକୁ ନେଇ ଅରଝୋଳ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତେଜନାକୁ ଲକ୍ଷ୍ୟ ରଖି ବର୍ତ୍ତମାନ ସେଠାରେ ପୋଲିସ ମୁତୟନ କରାଯାଇଛି ।

Please follow and like us: