୬ବର୍ଷର ଶିଶୁକନ୍ୟାର ଦୁଷ୍କର୍ମକାରୀକୁ ପୋଲିସ ଘଣ୍ଟ ଘୋଡାଇବା ନେଇ ଉତ୍ତେଜନା

STATE

ଜଟଣୀ ଥାନା ଅଞ୍ଚଳସ୍ଥ ମୁଣ୍ଡିଆସାହି ଗୋପବନ୍ଧୁନଗରରେ ଗୁରୁବାର ରାତି ସାଢେ ୧୦ଟାରେ ଘଟିଥିଲା ଏକ ଅମାନୁଷିକ କାଣ୍ଡ । ଜଣେ କାମାନ୍ଧ ଯୁବକ ପଡିଶା ଘରର ୬ ବର୍ଷର ଶିଶୁକନ୍ୟାକୁ ଚକୋଲେଟ ଦେବା ବାହାନାରେ ଡାକିନେଇ ଏକ ଘରେ ବଳାକ୍ତାର କରିଥିଲା ଓ ପରେ ହତ୍ୟା କରିଥିଲା । ଝିଅ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିବା ବେଳେ ସ୍ଥାନୀୟ ଲୋକେ ଏକ ଘରର ବନ୍ଦ କବାଟ ସନ୍ଦେହରେ ଭାଙ୍ଗି ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଶିଶୁକନ୍ୟାକୁ ନିକଟସ୍ଥ ରେଲୱେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ତାର ମୃତ୍ୟୁ ଘଟିଥିଲା ।

ତେବେ ଗ୍ରାମବାସୀଙ୍କ ମାଡରେ ଅଭିଯୁକ୍ତ ଗୁରୁତର ହୋଇଛି । ତାକୁ କଟକ ସ୍ଥାନାନ୍ତର କରାଯାଇଛି । ଥାନା ସାମ୍ନାରେ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଡ଼ିସିପିଙ୍କ ସହ ଆଲୋଚନା ପରେ ରାସ୍ତାରୋକ ହଟିଛି । ଘଟଣାସ୍ଥଳରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ତେବେ ଅଭିଯୋଗ ହୋଇଛି ଯେ ଶିଶୁକନ୍ୟର ବାପା ଥାନାକୁ ଅଭିଯୋଗ କରିବାକୁ ଯାଇଥିବାବେଳେ ସେଠାରେ ତାଙ୍କ ଅଭିଯୋଗ ନରଖି ତାଙ୍କୁ ମାଡ ମରାଯାଇଥିଲା ।

ଏନେଇ ଡ଼ିସିପି କହିଛନ୍ତି ଯେ ଏକ ସ୍ଵତନ୍ତ୍ର ଟିମ ଦ୍ଵାରା ଦୁଷ୍କର୍ମ ଓ ହତ୍ୟାର ତଦନ୍ତ କରାଯିବ । ତାହା ସହିତ ପୀଡ଼ିତାଙ୍କ ବାପାଙ୍କୁ ଥାନା ଭିତରେ ମାଡମରା ଘଟଣାର ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଥାନା ଭିତରେ ମାଡ ହୋଇଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Please follow and like us:
error