ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧ ଶତକ

SPORTS

ଆଜି ଆଇସିସି ବିଶ୍ଵକପର ୨୮ତମ ମ୍ୟାଚ ଅନୁଷ୍ଠିତ ହେଉଛି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ । ଆଶା କରାଯାଉଛି ଯେ ଆଜିର ମ୍ୟାଚ ଏକତରଫା ହେବ ଓ ଭାରତ ଜିତିବ । ଚଳିତ ବିଶ୍ଵକପରେ ମୋଟ ୫ଟି ମ୍ୟାଚ ଖେଳିଛି । ହେଲେ ସବୁଥିରେ ପରାସ୍ତ ହୋଇ ପଏଣ୍ଟ ତାଲିକାରେ ଖାତା ଖୋଲି ପାରିନି । ଅନ୍ୟ ପକ୍ଷରେ ଭାରତ ୪ଟି ମ୍ୟାଚ ଖେଳି ୩ଟିରେ ବିଜୟ ଓ ଗୋଟିଏରେ ବିନା ଫଳାଫଳ ସହ ୭ ପଏଣ୍ଟ ପାଇ ତାଲିକାର ୪ର୍ଥ ସ୍ଥାନରେ ରହିଛି ।

ତେବେ ଆଜି ଭାରତ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ପଡିଆକୁ ଓହ୍ଲାଇଛି । ହେଲେ ପ୍ରାରମ୍ଭରୁ ଭାରତକୁ ଝଟକା ଲାଗିଛି । ମାତ୍ର ୧ ରନ କରି ଆଉଟ ହୋଇଗଲେ ରୋହିତ ଶର୍ମା । ଏହାପରେ ୫୩ ବଲରୁ ୩୦ ରନ କରି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ପ୍ୟାଭିଲିୟନ ଫେରିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୨୩ ଓଭର ଖେଳୁଥିବା ସମୟରେ ଭାରତ ୨ ୱିକେଟ ହରାଇ ୧୦୫ ରନ କରିଛି । ବିରାଟଙ୍କ ସହ ଖେଳୁଛନ୍ତି ବିଜୟ ଶଙ୍କର । ବିରାଟ ଚଳିତ ବିଶ୍ଵକପରେ ଆଜି ୩ୟ ଅର୍ଦ୍ଧ ଶତକ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ୫୧ ରନ କରିଥିବାବେଲେ ବିଜୟ ଶଙ୍କର ୧୯ ରନ କରିଛନ୍ତି ।

Please follow and like us:
error