କାହିଁକି ଏଥର ଭୋଟ ଦେଇ ପାରିବେନି ବିରାଟ!

NATIONAL

ନୂଆଦିଲ୍ଳୀ : କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ସେଲିବ୍ରେଟିଙ୍କୁ ଭୋଟ୍ ଦେବା ପାଇଁ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ଵିଟରରେ କହିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ସକାରାତ୍ମକ ଉତ୍ତର ମଧ୍ୟ ଦେଇଥିଲେ। ସେହି ସେଲିବ୍ରେଟିଙ୍କ ଭିତରେ କ୍ରିକେଟ୍ ତାରକା ବିରାଟ କୋହଲି ମଧ୍ୟ ରହିଥିଲେ। ମାତ୍ର ବିଡ଼ମ୍ବନାର କଥା ହେଉଛି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏଥର ଲୋକସଭା ନିର୍ବାଚନରେ ଭୋଟ୍ ଦେଇପାରିବେ ନାହିଁ।

ବିରଟଙ୍କ ପତ୍ନୀ ଅନୁଷ୍କାଙ୍କର ମୁମ୍ବାଇରେ ଭୋଟର ଆଇକାର୍ଡ ଅଛି। ବିରାଟ ମଧ୍ୟ ପତ୍ନୀ ଅନୁଷ୍କାଙ୍କ ସହ ମୁମ୍ବାଇରେ ଭୋଟ୍ ଦେବାକୁ ଇଚ୍ଛୁକ ଥିଲେ। ମାତ୍ର ସେ ମୁମ୍ବାଇରେ ଆବେଦନ କରିଥିଲେ ମଧ୍ୟ ତାଙ୍କର ଏପର‌୍ୟ୍ୟନ୍ତ ଭୋଟର୍ ଆଇକାର୍ଡ ହୋଇ ପାରିନାହିଁ। ଭୋଟିଂ କାର୍ଡ ପାଇଁ ଆବେଦନ କରିବାର ଶେଷ ତାରିଖ ମାର୍ଚ ୩୦ ଥିବା ବେଳେ କ୍ରିକେଟର୍ କୋହଲି ସମୟ ସୀମା ପୂର୍ବରୁ ଭୋଟ ଆଇକାର୍ଡ ପାଇଁ ଆବେଦନ କରି ପାରିନଥିଲେ।

Please follow and like us:
error