ବୃଦ୍ଧି ପାଇଲା ହୀରାକୁଦ ଜଳସ୍ତର

STATE

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିବା ଖବର ମିଳିଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବୃଦ୍ଧି ପାଇଛି । ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ । ହେଲେ ଲଗାଣ ବର୍ଷା ପାଇଁ ଏବେ ୬୦୦.୪ ଫୁଟ ଉପରେ ଜଳସ୍ତର ରହିଛି । ତେବେ ଗେଟ ଖୋଲିବା ନେଇ କୌଣସି ନିଷ୍ପତ୍ତି ଏବେ ନିଆଯାଇନାହିଁ । ଉପରମୁଣ୍ଡରେ ବର୍ଷା ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।  

loading...

ଜଳଭଣ୍ଡାର ମୁଖ୍ୟଜନ୍ତ୍ରୀ ସୁନୀଲ କୁମାର ନାୟକ ସୂଚନା ଦେଇଛନ୍ତି ଯେ ଚଳିତ ମାସ ଶେଷ ସପ୍ତାହରେ ଜଳ ନିଷ୍କାସନ ନିଷ୍ପତ୍ତି ନିଆଯାଇପାରେ । ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ଯେ ସପ୍ତାହେ ପର୍ଯ୍ୟନ୍ତ ବଡଧରଣର ବର୍ଷାର ସମ୍ଭାବନା ନାହିଁ। ତେବେ କେତେକ ସ୍ଥାନରେ ସ୍ୱଳ୍ପରୁ ମାଧ୍ୟମ ଧରଣର ବର୍ଷା ହୋଇପାରେ ।

Please follow and like us:
error
loading...