ହାଲ୍କା ହେବ ସ୍କୁଲ ବ୍ୟାଗ ଓଜନ

STATE

ଛୋଟ ପିଲାଙ୍କ ପାଇଁ ବଡ ଖୁସି ଖବର । ସେମାନଙ୍କୁ ଆଉ ଆଗ ଭଳି ଓଜନିଆ ସ୍କୁଲ ବ୍ୟାଗ ବୋହିବାକୁ ପଡିବନି । ଏନେଇ ନିୟମ କଡାକଡି କରାଯାଉଛି । ସ୍ଵତନ୍ତ୍ର ସ୍କ୍ବାଡ ସ୍କୁଲ ପିଲାଙ୍କ ବ୍ୟାଗ ଓଜନ ପରଖୁଥିବା ସୂଚନା ମିଳିଛି । ଭୁବନେଶ୍ଵରର ଦୁଇଟି ପ୍ରତିଷ୍ଠିତ ଘରୋଇ ସ୍କୁଲରେ ବ୍ୟାଗ ଯାଞ୍ଚ କରାଯାଇଛି । ଗତକାଲି ବ୍ୟାଗ ଯାଞ୍ଚ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ସ୍ପେଶଲ ସ୍କ୍ବାର୍ଡ କରିଥିଲେ ।

loading...

ନିୟମ ଅନୁଯାୟୀ ବ୍ୟାଗର ଓଜନ ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ପାଇଁ ୧.୫ କେଜି, ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨.୩ କେଜି ଷଷ୍ଠ ଓ ସପ୍ତମ ପାଇଁ ୪ କେଜି, ଅଷ୍ଟମ ଓ ନବମ ପାଇଁ ୪.୫ କେଜି ଓ ଦଶମ ଶ୍ରେଣୀ ପାଇଁ ୫ କେଜି ଭିତରେ ରହିବାକୁ ନିଷ୍ପତ୍ତି ହୋଇଛି ।

Please follow and like us:
error
loading...