ଛାର ବାଳକଟିଏ କଅଣ ନ କଲା ?

MYTHOLOGY

            ପ୍ରବଳ ପ୍ରତାପୀ ମହାରାଜ କଂସ ରାଗରେ ଚାଉଳ ଚୋବାଉଛନ୍ତି । ଦୈବବାଣୀ ଅନୁସାରେ ଦେବକୀର ଅଷ୍ଟମ ସନ୍ତାନ ହେବ ତାଙ୍କର ମୃତ୍ୟୁର କାରଣ । ଆଉ ସେହି ଅଷ୍ଟମ ସନ୍ତାନ ବଢୁଛି ଗୋପ ପୁରରେ । ତାକୁ ମାରି ନିଷ୍କଣ୍ଟକ ଏ ମେଦିନୀ ଭୋଗ କରିବାକୁ କଂସ ଗୋପପୁରକୁ ପଠାଇଛି ଗୋଟିକ ପରେ ଗୋଟିଏ ଅସୁରଙ୍କୁ । ହେଲେ ଛାର ବାଳକଟିଏ କଅଣ ନ କଲା ? ଏତେ ବଳଶାଳୀ, ଭୟଙ୍କର ଓ ହିଂସ୍ର ରାକ୍ଷସମାନଙ୍କୁ ମାରି ନିପାତ କରିଦେଲା ?

            ଶ୍ରୀମନ୍ଦିରରେ ଚାଲିଛି ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା । ବୁଧବାର ଦିନ ଶ୍ରୀକୃଷ୍ଣ ମରିଛନ୍ତି ବକାସୁର ଓ ଅର୍ଘାସୁରକୁ । ଗୁରୁବାର ବଧ କଲେ ଧେନୁକାସୁରକୁ । ଏବେ କଅଣ କରିବେ କଂସ । ଆଖିରେ ନିଦ ନାହିଁ । ଏହି ସମୟରେ ପହଞ୍ଚିଛି ପ୍ରଳମ୍ବସୁର । କହିଛି ସେ ବିନାଶ କରିବ କୃଷ୍ଣଙ୍କୁ । ମନରେ ପୁଣି ଆଶା ଚେଇଁ ଉଠିଛି ମହାରାଜ କଂସଙ୍କର । ସେ ପଠାଇଛନ୍ତି ପ୍ରଳମ୍ବାସୁରକୁ ଗୋପ ପୁର ।

            ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ପ୍ରଳମ୍ବାସୁର ବଧ ନୀତି । କାରଣ ଶ୍ରୀମନ୍ଦିର ହିଁ ଗୋପ ପୁର । ମଥୁରା ନଗରୀ । ବୃନ୍ଦାବନ । ଦ୍ଵାରକା । ପୁଣି ଅଯୋଧ୍ୟା । ଏହା ଏକ ଅପୂର୍ବ ଲୀଳା କ୍ଷେତ୍ର ।

@OdishaInfocus News Desk

Please follow and like us:
error