ଜାଣନ୍ତୁ, କେନ୍ଦ୍ର ବଜେଟରେ ଓଡ଼ିଶାକୁ କେତେ ରହିଛି ରେଳ ଅନୁଦାନ

NATIONAL

କେନ୍ଦ୍ର ବଜେଟରେ ଓଡ଼ିଶାକୁ ଦିଆଯାଇଥିବା ରେଳ ଅନୁଦାନର ସବିଶେଷ ବିବରଣୀ ପ୍ରକାଶ ପାଇଛି । ଓଡ଼ିଶାକୁ ଚଳିତ ବର୍ଷ ମୋଟ ୫୯୯୩ କୋଟିର ଅନୁଦାନ ରହିଛି । ରେଳ ଲାଇନ ପାଇଁ ମୋଟ ୧୪ ଶହ କୋଟି ଟଙ୍କାର ଅନୁଦାନ ଥିବା ଜଣାପଡିଛି ।

ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପାଇଁ ୩୫୦ କୋଟି, ଅନୁଗୁଳ-ସୁକିନ୍ଦା ଲାଇନ ପାଇଁ ୨୫୦ କୋଟି, ହରିଦାସପୁର-ପାରାଦୀପ ଲାଇନ ପାଇଁ ୪ ଶହ କୋଟି, ତାଳଚେର-ବିମଳାଗଡ ପାଇଁ ୧୫୦ କୋଟି, ଜୟପୁର-ମାଲକାନଗିରି ପାଇଁ ୭୦ କୋଟି ଓ ଜୟପୁର-ନବରଙ୍ଗପୁର ଲାଇନ ପାଇଁ ୧୦ କୋଟି ଟଙ୍କା ଘୋଷଣା କରାଯାଇଛି ।

ରେଳଯାତ୍ରୀଙ୍କ ସୁବିଧା ପାଇଁ ୧୮୦ କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା ହୋଇଥିବାବେଳେ ବାଘୁଆପାଳ ଷ୍ଟେସନରେ ଫ୍ଲାଇଓଭର ପାଇଁ ବଜେଟରେ ଘୋଷଣା କରାଯାଇଛି । ଭୁବନେଶ୍ବର କୋଚ ଡିପୋରେ ହେବ ୨ଟି ଅଟୋମେଟିକ ୱାଶିଙ୍ଗପ୍ଳାଣ୍ଟ । ଏହା ବ୍ୟତୀତ ଆଉ ୧୦ଟି ଫ୍ଲାଇ ଓଭର ନିର୍ମାଣ ପାଇଁ ସର୍ଭେ କରାଯିବାକୁ ଘୋଷଣା କରାଯାଇଛି । ସମ୍ବଲପୁର-ତାଳଚେର ଡବଲ ଲାଇନ ପାଇଁ ୨୪୯ କୋଟି, ସମ୍ବଲପୁର-ଟିଟିଲାଗଡ ଡବଲ ଲାଇନ ପାଇଁ ୧୭୦ କୋଟି, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୮୬ କୋଟି, ବିଜୟନଗରମ-ସମ୍ବଲପୁର ତୃତୀୟ ଲାଇନ ପାଇଁ ୩୫୦ କୋଟି, କୋରାପୁଟ-ସିଙ୍ଗାପୁର ରୋଡ ପାଇଁ ୨୦୫ କୋଟି ଓ କଳାହାଣ୍ଡି ଇଲେକ୍ଟ୍ରି ଇଞ୍ଜିନ ୱାର୍କସପ ପାଇଁ ୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ଅନ୍ତରୀଣ ବଜେଟରେ ୫୯୪୦କୋଟି ଟଙ୍କା ଥିବାବେଳେ ଗତବର୍ଷ ୫୨୫୨ କୋଟି ଅନୁଦାନ ବ୍ୟବସ୍ଥା ଥିଲା ।

Please follow and like us:
error