ଜାଣନ୍ତୁ, ଫିଲ୍ମଫେୟାର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ପୁରସ୍କାର କିଏ ପାଇଲେ

ENTERTAINMENT

ମୁମ୍ବଇ : ୬୫ତମ ଫିଲ୍ମଫେୟାର ପୁରସ୍କାର ଶନିବାର ରାତି ଘୋଷଣା ହୋଇଯାଇଛି । ଏହି ଅବସରରେ ବଲିଉଡର ପ୍ରସିଦ୍ଧ କଳାକାରମାନେ ଉପସ୍ଥିତ ଥିଲେ । ଜୋୟା ଅଖତାରଙ୍କ ଫିଲ୍ମ ‘ଗଲି ବୟ’କୁ ଶ୍ରେଷ୍ଠ ବିବେଚନା କରାଯାଇଛି । ଏହାକୁ ୧୩ଟି ବର୍ଗକୁ ଆଧାର କରି ମନୋନୀତ କରାଯାଇଥିଲା, ଯାହାକି ଏବେ ୧୦ଟି ପୁରସ୍କାର ଜିତିଛି । ଫିଲ୍ମର ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଆଲିଆ ଭଟ୍ଟ ଶ୍ରେଷ୍ଠ ପୁରସ୍କାର ଜିତିଛନ୍ତି । ଆସାମର ଗୌହାଟୀସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ସମାରୋହରେ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।

ସମାରୋହର ଆକର୍ଷକ ଥିଲେ ନବାଗତ ଓ ପୁରୁଣା କଳାକାର । ମାଧୁରୀ ଦୀକ୍ଷିତଙ୍କ ଠାରୁ ଆଲିଆ ଭଟ୍ଟ ଯାଏଁ ଅଭିନେତ୍ରୀଙ୍କୁ ଦର୍ଶକ ଦେଖି ଉତ୍ସାହିତ ଥିଲେ । ଜୋୟା ଅଖତରଙ୍କୁ ଗଲି ବଏ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳିଛି । ସେହିପରି ସିଦ୍ଧାର୍ଥ ଚତୁର୍ବେଦୀଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଓ ଅମୃତା ସୁଭାଷଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ପୁରସ୍କାର ମିଳିଛି । ଶ୍ରେଷ୍ଠ ସଂଗୀତ ପାଇଁ ଜୋୟା ଅଖତାର ଓ ଅଙ୍କୁଶ ତିୱାରୀଙ୍କୁ ପୁରସ୍କାର ମିଳିଛି । ସେହିଭଳି ସ୍କ୍ରିନ ପ୍ଲେ ଓ ସଂଳାପ ପାଇଁ ମଧ୍ୟ ଏହି ‘ଗଲି ବଏ’ ଫିଲ୍ମ ପୁରସ୍କାର ଜିତିଛି ।

Please follow and like us:
error