କିଏ ଏହି ଦଇତାପତି, କଣ ଅଛି ଶ୍ରୀଜଗନ୍ନାଥ ଙ୍କ ସେବା ସହ ସମ୍ପର୍କ

STATE

ଗୋଟିଏ ମାସ ପାଇଁ ବିଧି ବା ପରମ୍ପରା ଅନୁସାରେ ଦଇତାପତିମାନେ ଶ୍ରୀମହାପ୍ରଭୁମାନଙ୍କର ସେବା କରନ୍ତି । ଶ୍ରୀମନ୍ଦିରକୁ ପ୍ରଭୁଙ୍କ ସେବା ପାଇଁ ପ୍ରବେଶ କରନ୍ତି ଜ୍ୟେଷ୍ଠ ଶୁକ୍ଳପକ୍ଷ ତ୍ରୟୋଦଶୀ ଦିନ । ସେହିଦିନଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସେମାନେ ମହାପ୍ରଭୁଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେଇଥାନ୍ତି । ପ୍ରଭୁଙ୍କ ସେବାରେ ଏହା ତାଙ୍କର ଜନ୍ମସିଦ୍ଧ ଅଧିକାର । ପ୍ରଭୁ ଅଣସର ଘରେ ଜ୍ବରରେ ପୀଡିତ ହେଉଥିବାବେଳେ ସେମାନେ ଶ୍ରୀବିଗ୍ରହମାନଙ୍କର ସେବାଶୁଶ୍ରୁଷା କରିଥାନ୍ତି । ଏହା ବି ଗୁପ୍ତ ସେବା । ଆଉ କାହାର ଅଧିକାର ନଥାଏ ଏହି ସମୟରେ ଅଣସର ଗୃହକୁ ପ୍ରବେଶ କରିବା ତଥା ତାଙ୍କୁ ଦର୍ଶନ କରିବା ବା ତାଙ୍କର କୌଣସି ସେବା କରିବା । ଏହି ସମୟରେ ପ୍ରଭୁ ଫଳ ବ୍ୟତୀତ କିଛି ଗ୍ରହଣ କରୁନଥିବାରୁ ଦଇତାମାନେ ସପରିବାର ପାଳନ କରନ୍ତି ହବିଷ । ଦିନରେ ମାତ୍ର ଗୋଟିଏ ଥର ସେମାନେ ହବିଷାନ୍ନ ଗ୍ରହଣ କରନ୍ତି । ସହର ବାହାରେ ରହନ୍ତି ନାହିଁ କି ବାହାରେ କୌଣସି ଖାଦ୍ୟ ଗ୍ରହଣ କରନ୍ତି ନାହିଁ। ଖଟରେ ନ ଶୋଇ ଭୂମିରେ ଶୁଅନ୍ତି । ଶେଯ  ତକିଆ ଆଦି ବ୍ୟବହାର କରନ୍ତି ନାହିଁ । ବିଳାସ ବ୍ୟସନଠାରୁ ଦୂରେଇ ରହିବା ସହିତ ଅଳଙ୍କାର ପିନ୍ଧିବା ବର୍ଜନ କରିଥାନ୍ତି । ବନ୍ଧୁବାନ୍ଧବଙ୍କ ଘରକୁ ଯାଆନ୍ତି ନାହିଁ । ପ୍ରାୟ ଜପତପରେ ସମୟ କାଟନ୍ତି। ଏପରିକି ଏହି ସମୟରେ ଘରକୁ ବିବାହିତା ଝିଅ ମଧ୍ୟ ଘରକୁ ଆସେ ନାହିଁ । 

loading...

ତେବେ ଏହି ସେବାର ଅଧିକାର ସେମାନେ କେମିତି ପାଇଲେ । ସେମାନେ କିଏ । କିପରି ଗଢି ଉଠିଲା ତାଙ୍କର ଶ୍ରୀମହାପ୍ରଭୁଙ୍କ ସହ ସେବା କରିବା ସହିତ ସମ୍ପର୍କ । ଆସନ୍ତୁ ଜାଣିବା ସେହି ଦିବ୍ୟ କାହାଣୀ । ପୁରାଣରେ କଣ ଅଛି କିମ୍ବଦନ୍ତୀ । 

ଶ୍ରୀ ଜଗନ୍ନାଥଙ୍କ ଅନ୍ଵେଷଣରେ ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରାହ୍ମଣ ବିଦ୍ୟାପତିଙ୍କୁ ପଠାଇଥିଲେ । ନୀଳମାଧବ ରୂପରେ ଶ୍ରୀବିଷ୍ଣୁ ଏକ ଜଙ୍ଗଲରେ ପାହାଡ ଗୁମ୍ଫାରେ ଶବର ରାଜା ବିଶ୍ଵାବସୁଙ୍କ ଦ୍ଵାରା ପୂଜିତ ହେଉଥିଲେ । ତାଙ୍କର ଏକମାତ୍ର କନ୍ୟା ଲଳିତାଙ୍କୁ କେବଳ ନୀଳମାଧବଙ୍କ ସନ୍ଧାନ ଉଦ୍ଦେଶ୍ୟରେ ବିବାହ କରିଥିଲେ ବିଦ୍ୟାପତି । ଆଉ ମିଳନ ହୋଇଥିଲା ଶବର ଓ ବ୍ରାହ୍ମଣ ମଧ୍ୟରେ । ମିଳନ ହୋଇଥିଲା ଆର୍ଯ୍ୟ ଓ ଅନାର୍ଯ୍ୟ ସଂସ୍କୃତିର । ଦୁଇ ଜାତିର ମିଳନ ମଧ୍ୟରୁ ଜନ୍ମ ନେଇଥିଲା ଦଇତାପତି ସଂପ୍ରଦାୟଙ୍କର । ବିଶ୍ଵବସୁଙ୍କ ଉପରେ ପ୍ରସନ୍ନ ଦାରୁ ନିର୍ମିତ ଶ୍ରୀଜଗନ୍ନାଥ ଆଶୀର୍ବାଦ ସ୍ୱରୂପ ଦେଇଥିଲେ ଦଇତାପତିଙ୍କୁ ବର୍ଷକରେ ଏକମାସ ସେବା କରିବାର ସୁଯୋଗ । ଆଉ ସେହି ଏକମାସ ହେଉଛି ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀଠାରୁ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ । 

Please follow and like us:
error
loading...