parliament

କେନ୍ଦ୍ରରେ କେଉଁମାନେ ମନ୍ତ୍ରୀପଦ ପାଇଁ ଆଶା ବାନ୍ଧିଥିଲେ, ଜାଣନ୍ତୁ

NATIONAL

କେନ୍ଦ୍ରରେ ଦ୍ଵିତୀୟ ଥର ମୋଦୀ ସରକାରରେ ଗତ ଗୁରୁବାର ଦିନ ମୋଦୀଙ୍କ ସମେତ ୫୮ ଜଣ ମନ୍ତ୍ରୀ ଯୋଗଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୨୪ଜଣ କ୍ୟାବିନେଟ, ୯ ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ) ଓ ୨୪ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି । ମୋଦୀ ସରକାର ଏନଡ଼ିଏ ମେଣ୍ଟର ପ୍ରତ୍ୟେକ ସହଯୋଗୀ ଦଳକୁ ଗୋଟିଏ ଲେଖାଏଁ ମନ୍ତ୍ରୀପଦ ଦେଇଛନ୍ତି । ହେଲେ କେତେକ ଦଳରୁ କେତେଜଣ ଆଶା ବାନ୍ଧି ବସିଥିଲେ ବି କୌଣସି କାରଣରୁ ସେମାନେ ପାଇପାରିନାହାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଦଳରୁ କିଏ ଆଶା ବାନ୍ଧିଥିଲେ ।

ସର୍ବ ପ୍ରଥମେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ଜେଡ଼ିୟୁ କଥା ନିଆଯାଉ । ଦଳରୁ ଜଣଙ୍କୁ ମନ୍ତ୍ରୀପଦର ନିମନ୍ତ୍ରଣ ମିଳିଥିଲେ ହେଁ ଦଳ ଏହାକୁ ପ୍ରତ୍ୟାଖ୍ୟାନ କରିଛି । ନୀତିଶଙ୍କ ଦାବି ଦୁଇଟି ମନ୍ତ୍ରୀପଦ ଥିବାରୁ ଏହାର ସରକାରରେ ଯୋଗଦାନ ନେଇ ପ୍ରସ୍ତାବ ବିଚାରଧିନ ରହିଛି । ଏହା ବ୍ୟତୀତ ଏଆଇଏଡ଼ିଏମକେ ଓ ଅନୁପ୍ରିୟା ପଟେଲଙ୍କ ଅପନା ଦଳର କାହାକୁ କେନ୍ଦ୍ର କ୍ୟାବିନେଟରେ ସାମିଲ କରାଯାଇନାହିଁ । ବିଶେଷ ସଂବାଦରୁ ପ୍ରକାଶ ଯେ ଏଥର ଅନୁପ୍ରିୟା ପଟେଲ କ୍ୟାବିନେଟ ପାହ୍ୟା ମନ୍ତ୍ରୀପଦ ଦାବି କରି ପ୍ରଧାନମନ୍ତ୍ରୀଙ୍କ ଅଫିସରୁ ଫୋନ କଲ ଆସିଥିଲେ ବି ଶପଥ ନେବାକୁ ଯାଇନଥିଲେ । ଏଆଇଏଡ଼ିଏମକେର ଲୋକସଭା ସଦସ୍ୟ ରବୀନ୍ଦ୍ରନାଥ କୁମାର ଓ ରାଜ୍ୟସଭା ସଦସ୍ୟ ଆର।ଭାଇଥିଲିଙ୍ଗମ କ୍ୟାବିନେଟରେ ମନ୍ତ୍ରୀପଦ ପାଇଁ ଆଶା ବାନ୍ଧିଥିଲେ ବି ସେମାନଙ୍କ ନିକଟକୁ ଫୋନ କଲ ଯାଇନଥିଲା । ଏପରିକି ରାମବିଳାସ ପାଶ୍ଵାନଙ୍କ ପୁତ୍ର ଚିରାଗ ପାଶ୍ଵାନ ମଧ୍ୟ ଆଶା ବାନ୍ଧି ବସିଥିଲେ ବି ଡାକରା ପାଇନାହାନ୍ତି ।

Please follow and like us:
error