ସ୍ତ୍ରୀର ବିଭତ୍ସ କାଣ୍ଡ , ମହଙ୍ଗା ପଡିଲା ପରକୀୟା ପ୍ରୀତି

CRIME

ନବରଙ୍ଗପୁର ; ମହଙ୍ଗା ପଡିଲା ପରକୀୟା ପ୍ରୀତି । ସ୍ୱାମୀଙ୍କୁ ବାରମ୍ବାର ମନା କରିବା ପରେ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖିବାରୁ ରାଗି ଯାଇ ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟିଦେଲେ ସ୍ତ୍ରୀ । ପୋଲିସ ଖବର ପାଇ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ପଚରା ଉଚରା କରୁଛି । ସେପଟେ ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଇ ଦେଇଛି ପୋଲିସ । ତେବେ ଏହି ଘଟଣା ପ୍ରଚାର ହେବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ପୋଲିସ ରିପୋର୍ଟ ମୁତାବକ ସବୁବେଳେ ପର ସ୍ତ୍ରୀ ସହିତ ସମ୍ପର୍କ ରଖୁଥିଲେ ସ୍ୱାମୀ । ଯାହାକି ସ୍ତ୍ରୀଙ୍କୁ ପସନ୍ଦ ଆସୁନଥିଲା । ଏଣୁ ସେ ସ୍ୱାମୀଙ୍କୁ ବାରମ୍ବାର ବାରଣ କରୁଥିଲେ । ମାତ୍ର ରବିବାର ରାତିରେ ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଏବଂ ସ୍ୱାମୀ ରାଗି ଘର ଭିତରକୁ ଶୋଇବା ପାଇଁ ଯାଇଥିଲେ ।

loading...

ତେବେ ରାଗରେ ଥିବା ସ୍ତ୍ରୀଙ୍କ ମୁଣ୍ଡରେ ପିତ୍ତ ଚଢ଼ି ଯାଇଥିଲା । ସ୍ୱାମୀ ଶୋଇଥିବା ଅବସ୍ଥାରେ ତାଙ୍କୁ ବାନ୍ଧି ଦେଇଥିଲେ । ସ୍ୱାମୀଙ୍କୁ ବାନ୍ଧିବା ପରେ ତାଙ୍କ ଗୁପ୍ତାଙ୍ଗକୁ କାଟିଦେଇଥିଲେ ସ୍ତ୍ରୀ । ତେବେ ପାଟିକରିବା ପରେ ପରିବାର ଲୋକ ଦୌଡି ଆସି ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ତେନ୍ତୁଳିଖୁଣ୍ଟା ମେଡିକାଲରେ ଭର୍ତ୍ତି କରିଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଛି । ତେବେ ମୃତକଙ୍କ ପରିବାର ପକ୍ଷରୁ ମହିଳାଙ୍କ ନାଁରେ ଏତଲା ଦେଇଛନ୍ତି । ପୋଲିସ ମହିଳାଙ୍କୁ ଅଟକ ରଖି ପଚରା ଉଚରା କରୁଛି।

Please follow and like us:
error
loading...