ସ୍ତ୍ରୀକୁ ସ୍ଵାମୀ ହତ୍ୟା କରିବା ଯୋଜନା ଶେଷରେ ଧରାପଡିଲା

STATE

ସ୍ତ୍ରୀକୁ ଖୁସିରେ ରଖିବ ବୋଲି ବାହା ବେଦିରେ ଶପଥ ନେଇଥିଲା ସ୍ଵାମୀ । ସ୍ଵାମୀ ପାଇଁ ସ୍ତ୍ରୀ ମଧ୍ୟ ବାର ଓଷା କରୁଥିଲା, ସ୍ବାମୀର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରୁଥିଲା । ହେଲେ ସେହି ସ୍ତ୍ରୀକୁ ହତ୍ୟା କରିବାର ଯୋଜନା କଲା ସ୍ଵାମୀ । କିନ୍ତୁ କଥାରେ କହିଛି ‘ମରେ ହରି ରଖେ କିଏ, ରଖେ ହରି ମାରେ କିଏ’ । ସ୍ତ୍ରୀଟି ସୌଭାଗ୍ୟକୁ ବଞ୍ଚିଗଲା ଆଉ ଥାନାରେ ସ୍ତ୍ରୀଟି ଅଭିଯୋଗ କରିବା ପରେ ସ୍ଵାମୀ ଏବେ ଥାନାରେ ।

ଘଟଣାଟି ଘଟିଛି ବାଲିଗୁଡା ଅଞ୍ଚଳରେ । ପାରିବାରିକ କଳହକୁ ନେଇ ସ୍ଵାମୀ ଏତେ କ୍ରୋଧାନ୍ଵିତ ହୋଇପଡିଲା ଯେ ସ୍ତ୍ରୀକୁ ଜୀବନରୁ ମାରିଦେବାକୁ ଷଡଯନ୍ତ୍ର କରିଥିଲା । ଜଙ୍ଗଲକୁ ଡାକିନେଇ ହତ୍ୟା କରିବା ଉଦ୍ୟମ ବେଳେ କୌଣସିମତେ ସ୍ଵାମୀ କବଳରୁ ସ୍ତ୍ରୀ ଖସି ଆସିଲା । ଏଥିରେ ସ୍ଵାମୀ ସହ ସ୍ଵାମୀର ଭିଣୋଇ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ତ୍ରୀର ଥାନାରେ ଅଭିଯୋଗ ପରେ ସ୍ଵାମୀ ଏବେ ଫେରାର ହୋଇଯାଇଛି ।

Please follow and like us:
error