ଏନଡ଼ିଏରୁ ଦୂରେଇ ଯିବେ କି ନୀତିଶ କୁମାର ?

NATIONAL

କେନ୍ଦ୍ରରେ ମୋଦୀ-୨ ସରକାରରେ ନିଜ ଦାବି ମୁତାବକ ମନ୍ତ୍ରୀପଦ ନ ମିଳିବାରୁ ମନ୍ତ୍ରୀମଣ୍ଡଳରେ ସାମିଲ ହେଲା ନାହିଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡ଼ିୟୁ । ଏହାର ପ୍ରତିଶୋଧ ନେବାକୁ ଯାଇ ବିହାରରେ ନିଜ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ କଲେ ନୀତିଶ, ହେଲେ ଏଥିରେ ସେ ଜଣେ ହେଲେ ବି ବିଜେପି ବିଧାୟକଙ୍କୁ ମନ୍ତ୍ରୀପଦ ଦେଲେ ନାହିଁ ।

ଏହି ଅବସ୍ଥାରେ ବିହାରରେ ଆଉ ଏକ ମେଣ୍ଟ ଗଠନକୁ ଜୋର ଚର୍ଚ୍ଚା ଧରିଛି । ଦୁଇ ଦୁଇ ଥର ଦୁଇ ଦିନରେ ନୀତିଶ ହିନ୍ଦୁସ୍ଥାନ ଆୱାମୀ ମୋର୍ଚ୍ଚା ମୁଖ୍ୟ ଜିତନରାମ ମାଞ୍ଝୀଙ୍କୁ ଭେଟିଛନ୍ତି । ସୋମବାର ଦିନ ମାଞ୍ଝୀ ନିଜ ବାସ ଭବନରେ କରିଥିବା ଇଫତାର ପାର୍ଟିରେ ଯୋଗ ଦେଇଥିଲେ, ଯେଉଁଥିରେ ଆରଜେଡ଼ି ମୁଖ୍ୟ ଲାଲୁ ଯାଦବଙ୍କ ପତ୍ନୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀ ଓ ତାଙ୍କ ପୁତ୍ର ତେଜପ୍ରତାପ ଯୋଗ ଦେଇଥିଲେ । ଅବଶ୍ୟ ରାବିଡି ଦେବୀଙ୍କ ସହ ପାର୍ଟିରେ ନୀତିଶଙ୍କ ସହ ସାକ୍ଷାତ ହୋଇନଥିଲା । ଏହାପରେ ରବିବାର ଦିନ ନୀତିଶ ଦେଇଥିଲେ ଇଫତାର ପାର୍ଟି, ଯେଉଁଥିରେ ଜିତନରାମ ମାଞ୍ଝୀ ଯୋଗ ଦେଇଥିଲେ । ତେବେ ଏକ ସାକ୍ଷାତକାରରେ ରାବିଡି ଦେବୀ କହିଛନ୍ତି ମହାମେଣ୍ଟରେ ନୀତିଶ ସାମିଲ ହେବାରେ ତାଙ୍କର ଆପତ୍ତି ନାହିଁ ।

Please follow and like us:
error