odisha infocus

ଆତଙ୍କବାଦୀ ଙ୍କ ଗୁଳିମାଡରେ ମହିଳାଙ୍କ ମୃତ୍ୟୁ

NATIONAL

ଆଜି ପବିତ୍ର ଇଦରେ ମଧ୍ୟ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ମାନେ ତାଙ୍କର ନୃଶଂସତା ଛାଡିନାହାନ୍ତି । ଜମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ସେମାନେ ଗୁଳି ମାରି ଜନୈକା ମହିଳାଙ୍କୁ ହତ୍ୟା କରିଛନ୍ତି । ମହିଳାଙ୍କ ବ୍ୟତୀତ ଗୁଳିମାଡରେ ଅନ୍ୟ ଜଣେ ଯୁବକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଯୁବକ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ହେଲେ ସ୍ଥିତି ତାଙ୍କର ଗମ୍ଭୀର ରହିଛି ।

ପ୍ରାପ୍ତ ଖବର ଅନୁସାରେ କାକାପୋରାର ନାରୱେଲ ଗାଁରେ ସକାଳୁ ସକାଳୁ ଆତଙ୍କବାଦୀମାନେ ନଗେନା ବାନୁ ନାମକ ଜଣେ ମହିଳାଙ୍କ ଘରେ ପ୍ରବେଶ କରି ଅତର୍କିତ ଗୁଳିଚାଳନା କରିଥିଲେ । ନଗେନା ଗୁଳିମାଡରେ ଗୁରୁତର ହୋଇପଡିଥିଲେ । ତାଙ୍କୁ ଡାକ୍ତରଖାନା ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Please follow and like us:
error